ଶ୍ରୀହରିକୋଟା : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ଏକ ନୂଆ ଇତିହାସ ରଚିବାକୁ ପ୍ରସ୍ତୁତ ହୋଇଛି । ଏକ ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଦେଶର ପ୍ରଥମ ରକେଟ୍ ଶୁକ୍ରବାର ଦିନ ଉତକ୍ଷେପଣ କରିବାକୁ ଯାଉଛି । ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ରୁ ସକାଳ 11.30 ରେ ଉତକ୍ଷେପଣ ହେବ । ଏହି ରକେଟ୍ ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୋଟ୍ ଏରୋସ୍ପେସ୍ ଦ୍ୱାରା ବିକଶିତ ହୋଇଛି ।